ଆଜି ଅଗଷ୍ଟ ମାସ ୯ ତାରିଖ । ଆଉ ଦିନ କେଇଟା ପରେ ଆସିବ ସ୍ବାଧୀନତା ଦିବସ । ଆମେ ସମସ୍ତେ ମିଶି ପ୍ୟାରେଡ଼ କରିବା । ଜାତୀୟ ପତାକା ଉତ୍ତୋଳନ କରିବା । ପ୍ୟାରେଡ଼ ପଡିଆ ରେ କେତେ କେତେ ନୂଆ ନୂଆ ଦେଶାତ୍ମବୋଧକ ଗୀତ ର ତାଳେ ତାଳେ ସ୍କୁଲ କଲେଜ ପିଲାଙ୍କ ଚିତ୍ତ।କର୍ଷକ ନାଚ ଦେଖି ତାଳି ମାରିବା ।
ଆପଣ ଏଥିରୁ ବାଦ ପଡିବେ କି ?
ମୁଁ ପଡିବି । କାହିଁକିନା ମୁଁ ଆଉ ଏ ଦୁନିଆଁ ରେ ନାହିଁ । ଆତଙ୍କବାଦୀ ଙ୍କ ଗୁଳିରେ ମୁଁ ସବୁଦିନ ପାଇଁ ଶୋଇ ଯାଇଛି ।
ମୁଁ କହିକି ଆସିଥିଲି ମୋ ପୁଅକୁ, ନିଶ୍ଚିତ ଆସନ୍ତା ଅଗଷ୍ଟ ୧୫ କୁ ତାକୁ ବୁଲେଇ ନେବି । ସିଏ ଯାହା କହିବ ତାକୁ କିଣିଦେବି । କିନ୍ତୁ ମୋ କଥା କଥାରେ ରହିଗଲା ।
ସିଏ ବହୁତ କାନ୍ଦିବ । ବହୁତ ଖୋଜିବ ମୋତେ । କିନ୍ତୁ କଣ କରାଯାଇ ପାରେ , ମୁଁ ତ ଆଉ ନାହିଁ ।
ଆପଣ ମାନେ ଚାହିଁଲେ ସବୁ ହେଇ ପାରିବ, ଆଉ କୋଉ ଶହୀଦ ଜବାନ ଙ୍କ ପୁଅ କାନ୍ଦିବେନି । ପାରିବେ ସେଇ ଛୋଟ କାମଟି କୁ କରି ?
ଆତଙ୍କବାଦ ର ମୂଳ ଉତ୍ସ ସେଇ ହିଂସା,ଦ୍ୱେଷ,ପରଶ୍ରୀକାତରତା,ଘୃଣ୍ୟ ରାଜନୀତି,ବ୍ୟଭିଚାର,କାମୁକତାର ଲେଲିହାନ ଶିଖା କୁ ମୂଳୋତ୍ପାଟନ କରି ବାରେ ହାତ ବଢେଇବେ ?
ତା ହେଲେ ଯାଇ ଏଇ ତ୍ରିରଙ୍ଗା ସବୁବେଳେ ଉର୍ଦ୍ଧ୍ବ ଆକାଶ ରେ ଫରଫର ହେଇ ସବୁବେଳେ ଉଡିବ । ଆଉ କେବେ ବି ମୋ ପରି ଶହୀଦ ଙ୍କ ଉପରେ ଢାଙ୍କିବା ପାଇଁ ବାରମ୍ବାର ତଳେ ଲୋଟିଯିବନି ।
ହଉ ଯାଉଛି । ଭୁଲ ଥିଲେ କ୍ଷମା ଦେବେ ।