ଫେସବୁକ ଆକାଉଣ୍ଟ

ଫେସବୁକ ଆକାଉଣ୍ଟ
🌷🌷🌷🌷🌷🌷
ଯୁବକ ଟିଏ କୋଳରେ ଲାପଟପ ଧରି ପାର୍କ ରେ ବସି ଥାଏ । ତା ପାଖ ସିମେଣ୍ଟ ବେଞ୍ଚ ରେ ଗୋଟିଏ ପ୍ରୌଢ ଦମ୍ପତି ବସି ଥାନ୍ତି । ଏମିତି କିଛି ସମୟ ଚାଲିଗଲା ।
କିଛି ସମୟ ପରେ ସେଇ ଯୁବକ ଟିକୁ ଲକ୍ଷ କରି ବୟସ୍କ ବ୍ୟକ୍ତି ଜଣକ କହିଲେ ,,
” ବାବୁ ତୁମେ ମୋର ଗୁଟେ କାମ କରିଦେବ ?”
” କି କାମ ବାବା ?”
“କିଛି ନାହିଁ, ମାତ୍ର ଗୁଟେ ଫେସବୁକ ଆକାଉଣ୍ଟ ଖୋଲି ଥିତ ।”
“ଓଃ , ଏତକି ? କହୁନ କେନ ନାମ ଥି ଖୁଲମା ?”
ଟିକିଏ ଭାବି ବୃଦ୍ଧ ଜଣ କ କହିଲେ,
” ଯେନ ଝି ଗୁଟେ ର ନାଁ ଦେଇ ଦେ ନା ବାବୁ !”
ପିଲା ଟି ଆଶ୍ଚର୍ଯ୍ୟ ହେଇ ଚାହିଁଲା ।
“ଫେକ ଆକାଉଣ୍ଟ? ମୁଇଁ ନାଇଁ ଖୁଲେ ।”
ଏତିକି ବେଳେ ପ୍ରଥମ ଥର ବୃଦ୍ଧ ଙ୍କ ପାଖରେ ବସି ଥିବା ତାଙ୍କ ସ୍ତ୍ରୀ କହିଥିଲେ,
“ବାବୁ ରେ ! ତୋ ର ଧରମ ହେବା । ଜେନ୍ତ। କହୁଛନ୍ ସେନ୍ତା କରିଦେ ନ !”
ଯୁବକ ଟି ତାଙ୍କୁ ଚାହିଁଲା, ଲୁହ ରେ ଆଖି ଛଳ ଛଳ ହେଇ ଥାଏ ଦୁଇ ଜଣଙ୍କର ।

ତା ପରେ ସେ ବାଧ୍ୟ ହେଇ ଗୋଟେ ଝିଅ ନାଁ ରେ ଫେକ ଆକାଉଣ୍ଟ ଖୋଲିବାରେ ଲାଗିଲା ..

ମନ ଦେଇ ନୂଆ ଫେକ ଆକାଉଣ୍ଟ ଟି ଖୋଲିଲା । ତା ପରେ ପଚା ରିଲା ,

“ଏଛଂ, ଆରୁ କାଁଣ। କର୍ମୀ ବାବା ? ”
ଲୁହ ପୋଛି ବୃଦ୍ଧ କହିଲେ,
“ମୋର ପୁଅ, ରିଙ୍କୁ କେ request ଦେଇ ଦେ ବାବୁ ।”
ପିଲା ଟି ପୁଣି ଆକାଶ ରୁ ଖସି ପଡ଼ିଲା ପରି , ଆଶ୍ଚର୍ଯ୍ୟ ହୋଇ ଚାହିଁଲା ।
କିନ୍ତୁ ବୃଦ୍ଧ ଦମ୍ପତି ନିର୍ବିକାର । ସେମିତି କରୁଣ ନୟନ ରେ ଚାହିଁ ଥାଆନ୍ତି ।
ଯା ହେଉ
ସେ କାମ ବି ସରିଲା ।
ତା ପରେ ଯୁବକ ଟି ପଚାରିଲା ,
“ଗୁଟେ କଥା ପଚରାମି ?”
“ଜାଣିଛେଁ କାଁଣା ପଚରାବୁ ।”

ମୁଇଁ କହୁଛେ ଶୁଣ,
“ମୋର ରିଙ୍କୁ ବହୁତ ବଡ଼ ଅଫିସର । ବାଙ୍ଗାଲୋର ରେ ଅଛେ । ଆମକୁ ଭି ନେଇଥିଲା, କିନ୍ତୁ, ……
ତାର ସ୍ତ୍ରୀ ବଡ଼ଘର ଝି । ଆମକୁ ଭଲ ନାଇଁ ପାଏ । ରିଙ୍କୁ ଦିନେ କହେଲା, ବାପା , ମା ତୁମେ ଇନେ ନାଇଁ ରହ । ଗାଁ କେ ଜ ରହେବ । ସବୁବେଳେ ଏ ଝିକ ଝିକ ମୁଇଁ ଦେଖି ନାଇଁ ପାରେ ।
ଆମେ ଦୁଇ ବୁଢା ବୁଢୀ ଭାଗି ଆସଲୁ ।
ଫୋନ ବି ନି କାରବାର ରିଙ୍କୁ ।
ଆମେ ଶୁଣଲୁ ସଭେ ଆଜିକାଲି ଫେସବୁକ ଥି ନିଜର ସବୁ ଫଟୋ ଦଉଛଂ ।
ସେଥି ଲାଗି ଇଟା ଖୁଲଲଉଁ ।
ଆମର ନାତି ର ଜନ୍ମ ଦିନ କାଲି ଅଛେ । ଟାକେ ଫଟୁ ଥି ହେଲେ ଦେଖମୁ ।
ଆମର ନାଁ ଜାନଲେ କିଛି ବି ନାଇଁ ହେଇପାରେ । ଏନ୍ତା ଟୁକେଲ ର ଆକାଉଣ୍ଟ କେ ନାଇଁ ଜାଣି କରି ସାଙ୍ଗ ହେବା ଆରୁ……

 

ଆଉ କିଛି କହି ପାରୁନଥିଲେ ସେ… 😢😢😢😢

 

💐💐💐💐💐💐💐💐💐💐💐
ଅରବିନ୍ଦ ଆଚାର୍ଯ୍ୟ

 

 

 

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s