ଅନିଶ୍ଚିତ ନିଶ୍ଚିତ

ପ୍ରଖ୍ୟାତ ଶଲ୍ୟ ବିଶେଷଜ୍ଞ ଡ଼ା. ରାଧାନାଥ ବିଶୋଇ ବ୍ୟସ୍ତ ହୋଇ ପଡୁଥିଲେ । ତାଙ୍କର ରାୟପୁର ରେ ହେବାକୁ ଥିବା ଏକ ବିରାଟ ସମାରୋହ ରେ ଯୋଗଦେବା ନିହାତି ଜରୁରୀ ଥିଲା । କିନ୍ତୁ ପାଗ ଖରାପ ଯୋଗୁ ତାଙ୍କ ଫ୍ଲାଇଟ ତାର ନିର୍ଧାରିତ ଲକ୍ଷ ସ୍ଥଳ ରେ ପହଞ୍ଚିବା ପୂର୍ବରୁ ଏକ ଇମରଜେନ୍ସି ଲ୍ୟାଣ୍ଡ କରି ଥିଲା । ଆହୁରି ବହୁତ ବାଟ ଯିବାକୁ ହେବ। କିନ୍ତୁ ଫ୍ଲାଇଟ ନାହିଁ। କଣ କରିବେ , ହାତରେ ସମୟ କମ।

ତାଙ୍କ ସାଥିରେ ଥିବା ତାଙ୍କର ସହକର୍ମୀ ରଞ୍ଜନ କହିଲା,  ଗାଡିଟିଏ କରି ଚାଲିଗଲେ କେମିତି ହୁଅନ୍ତା ସାର ? ଅନ୍ୟ ଉପାୟ ନପାଇ ଶେଷରେ ଡା. ବିଶୋଇ ହଁ ଭରିଲେ । ଗାଡି ଠିକ ହେଲା । ଅଙ୍କା ବଙ୍କା ରାସ୍ତା ଦେଇ ଗାଡି ଚାଲିଥାଏ ।

କିନ୍ତୁ ଏ କଣ ? ପ୍ରକୃତିର କରାଳ ରୂପ ଆଖି ସାମ୍ନା ରେ ନାଚି ଉଠିଲା। କେଉଁଠି କେଜାଣି ଏ ଭୀଷଣ ଝଡ଼ ଥିଲା, ମାଡ଼ିଆସିଲା । ଚାରି ଆଡ଼ ଅନ୍ଧକାର ଛାଇ ଗଲା ।ପରିସ୍ଥିତି ଏପରି ହେଲା ଯେ, ଡ୍ରାଇଭର ଗାଡି କୁ ନିୟନ୍ତ୍ରଣ କରି ନପାରି ବାଟ ଭୁଲି କେଉଁଏକ ଜଙ୍ଗଲୀ ରାସ୍ତା ଧରିଲା ।କେଉଁଠି ଟିକେ ଆଶ୍ରୟ ନେବାକୁ ସମସ୍ତେ ଭାବୁଥିଲେ । ଏତିକିବେଳେ ଝଡ ର ଅନ୍ଧାରୁଆ ପରିବେଶ ରେ ଗାଡି ଡ୍ରାଇଭର ଦେଖିଲା ଗୋଟେ ମିଞ୍ଜି ମିଞ୍ଜି ଆଲୋକ | ଆଉ ବିଶେଷ କିଛି ଚିନ୍ତା ନକରି ଗାଡି କୁ ଆଗେଇନେଲା ସେଇ ଆଡକୁ | କିଛି ସମୟ ପରେ ସମସ୍ତେ ଯାଇ ପହଞ୍ଚିଲେ ଗୋଟେ ଅଧା ଭଙ୍ଗା କୁଡିଆ ପାଖରେ | ବର୍ଷା ଦାଉରୁ ରକ୍ଷା ପାଇବାକୁ ସମସ୍ତେ ଗାଡିରୁ ଓହ୍ଲେଇ ସେଇ କୁଡିଆ ଭିତରକୁ ପଶିଗଲେ |

ଛୋଟ କୁଡିଆ ଟି ରେ  ବୁଢୀଟିଏ ଆଉ ଛୋଟ ପିଲାଟିଏ ଥାନ୍ତି | ପିଲାଟି ଛିଣ୍ଡା ଖଟିଆ ଉପରେ ଶୋଇଥାଏ | ବୁଢୀ ଟି ଚୁଲି ପାଖରେ ବସି କଣ କରୁଥାଏ | ଘର ଭିତରେ ପାଦ ପକେଇବାକୁ ଜାଗା ନଥାଏ | ଝଡ ବର୍ଷା ରେ ଚାରିଆଡ ସନ୍ତସନ୍ତିଆ ଲାଗୁଥାଏ | ସେଇ ଚୁଲି ପାଖରୁ ଥାଇ ବୁଢୀ ପଚାରିଲା, ଏତେ ଝଡ ବର୍ଷା ରେ କୁଆଡେ ଯାଉଛ କିରେ ତୁମେ ସବୁ | ରଞ୍ଜନ ସଙ୍ଗେ ସଙ୍ଗେ କହିଲା,ଆଲୋ ମାଉସୀ ଆମେ ବହୁତ ବାଟ ଯିବୁ | ଆମେ କଣ ଜାଣିଥିଲୁ ଏମିତି ବାତ୍ୟା ଆସିବ ବୋଲି ?

ବୁଢୀ ପାକୁଆ ପାଟିରେ ଟିକେ ହସିଦେଇ କହିଲା, ସବୁ ସେଇ କାଳିଆ  ର ଇଚ୍ଛା | କରି କରାଉ ଥାଏ ସିଏ | ତା କଥା କଣ ଆମେ ଜାଣି ପାରିବା ? ହାଉ ବସ ଗୋଡ ହାତ କାଲ ମାରି ଯାଉଥିବ , ଟିକେ ଟିକେ ନାଲି ଚା ପି ଦିଅ | ଡା। ବିଶୋଇ ବୁଢୀଟିର ଆଗ୍ରହ ରେ ବାଧା ଦେଲେନି | ଏତିକିବେଳେ ପିଲାଟି ଖୁଁ ଖୁଁ ହେଇ କାସିଲା | ବୁଢୀ ସାଙ୍ଗେ ସାଙ୍ଗେ ଉଠି ପିଲାଟି ପାଖକୁ ଗଲା | ଛିଣ୍ଡା କନ୍ଥା ଟିକୁ ଆଉ  ଟିକେ ଘୋଡେଇ ଦେଉ ଦେଉ କହିଲା ,

” ଏତେ ଜର , ସେଥିରେ ସେମିତି କାଳିଆ କୁ ଧରି ସୋଇଥା ?”

ଡା॰ ବିଶୋଇ  ଦେଖିଲେ ପିଲାଟି ଗୋଟିଏ ଜଗନ୍ନାଥ ଙ୍କ ମୂର୍ତି କୁ ଧରି ସୋଇଛି | ତାପରେ ବୁଢୀ କୁ ପଚାରିଲେ ,

“ମାଉସୀ , ଏ ପିଲାଟି ?”

“ହଁ  , ବାପା ! କହନା ସେ ଛାତିଫଟା କଥା | ବାପ ମା ଛେଉଣ୍ଡ ପିଲା ଇଏ | ମୋର ନାତି | କାହିଁ କେତେଦିନ ହେଲାଣି ,ଏମିତି ଜର ହଉଛି , ଫେରେ ଟିକେ ଭଲ ହେଇଯାଉଛି | ବହୁତ କଷ୍ଟ ପାଉଛି | ଆମ ଏଇ ଡାକ୍ତରଖାନା କୁ ନେଇ ଦେଖେଇ ଓଷଦ ଆଣେ , ଦିଏ | ସେଦିନ ଆମ ସେଇ ଡାକ୍ତର କହିଲେ , ୟାକୁ କୁଆଡେ ବଡ ଡାକ୍ତର ଙ୍କୁ ଦେଖେଇବା  ନିହାତି ଦରକାର | କିଏ ଜଣେ  ବିଶୋଇ ଡାକ୍ତର ଅଛନ୍ତି , ସିଏ ଦେଖିଲେ ୟାକୁ ଭଲ କରିଦିଅନ୍ତେ | ମୁଁ ବୁଢୀ ଲୋକ | ଧନ ବଳ ନାହିଁ  କି ଜନ ବଳ ନାହିଁ  | କୁଆଡେ ନେବି ? ସେଇ କାଳିଆ ଭରସା କରି ରହିଛି | ତାକୁ ଦେଖୁନ , ସିଏ ବି କୌ କମ କି ? ଦିନରାତି କାଳିଆ କୁ ଧରି ସୋଇଛି |”

ଡା॰ ବିଶୋଇ  ଙ୍କ ଆଖି ରେ ଲୁହ ଜକେଇ ଆସୁଥିଲା | ସେ ଭାବୁଥିଲେ , ସତରେ କାଳିଆ ର କଥା କେହି ବୁଝି ପାରିବେନି | ସିଏ ତା ଭକ୍ତ କୁ ସାହାଯ୍ୟ କରିବାକୁ , ମୋ ଫ୍ଲାଇଟ ମିସ କରେଇଲା, ଝଡ ରେ ଚାରିଆଡ ଅନ୍ଧାର ବି କରେଇ ଦେଲା , ଆଉ ଶେଷକୁ ଏଠି କୁ ବାଟ କଢେଇ ଆଣିଲା |

ବୁଢୀ ମାଉସୀ କୁ , ନିଜ ପରିଚୟ ଦେଇ  ଡା॰ବିଶୋଇ ପିଲାଟିକୁ ପରୀକ୍ଷା କରୁଥିଲେ | ବୁଢୀ ତାଙ୍କ ପରିଚୟ ପାଇ କୋଟି ନିଧି ପାଇଲା ପରି ତାଙ୍କୁ ଚାହିଁ ରହିଥିଲା, ଆଉ ତା ଆଖି ରୁ ବହିଯଉଥିଲା ଆନନ୍ଦାଶ୍ରୂ |

Advertisements

4 thoughts on “ଅନିଶ୍ଚିତ ନିଶ୍ଚିତ

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s