ନୂଆଁଖାଇ ଜୁହାର

ସକାଳୁ ସକାଳୁ ସମସ୍ତେ ଉଠିପଡିଥିଲେ | ରାତି ପାହିବାକୁ ଆହୁରି ଅନେକ ସମୟ ଅଛି | ଘଣ୍ଟାରେ ୫ ଟା ୩୦ ହେଇଥିବ କିନ୍ତୁ ଆଜି ଲାଗୁଛି କିଛି ନୂଆ ନୂଆ ଜିନିଷ ଆସୁଛି | କଣ ସେ ନୂଆ ? ସମ୍ପର୍କ ର ନୂଆ ରିଚାର୍ଜ ଆଜି ହବ | ସବୁ ଜିନିଷ ପୁରୁଣା ହେଲେ ମଳିନ ପଡିଯାଏ | ସମ୍ପର୍କ କଥା ବି ସେୟା | ଆଇନା ଟି କେତେ ସମୟ ପରେ ଧୂଳି ଲାଗି ଆସ୍ପଷ୍ଟ ଦିଶେ | ଆମେ ସେଥିପାଇଁ ମଝିରେ ମଝିରେ ସଫା କପଡାରେ ସୁନ୍ଦର ଭାବରେ ଆଇନା କୁ ପୋଛି ଦେଉ | ଘର ଟି ସବୁଦିନ ସକାଳେ ଝାଡୁ ମରାଯାଏ | ଯଦି ନ ମରାଜାନ୍ତା ? କିଛି କିଛି ମଳି , ସବୁଦିନ ପଡି ପଡି ବହୁତ ମଇଳା ହେଇ ଯାନ୍ତା | ଡ୍ରେସ କଥା ମଧ୍ୟ ସେୟା | ସବୁ ଜିନିଷ କୁ କିଛି କିଛି ସମୟ ଅନ୍ତରରେ ସଫା କରିବା କୁ ପଡେ | ଏହା ହିଁ ସୃଷ୍ଟି ର ଆଦେଖା ନିୟମ |

ସୁନନ୍ଦ ବାବୁ ଙ୍କ ଘର ର ସମସ୍ତେ ଏଥିରୁ ବାଦ ଯିବେ କେମିତି ? ତାଙ୍କ ଘରେ ବି ଏଇ ନୂଆଖାଇ ଆସିବାର ସପ୍ତହେ ଆଗରୁ ସଫା ସଫି ଚାଲେ | ଏତେଦିନ ସଫା ସଫି କରିଲା ପରେ ଆଜି ମଜା କରିବାର ଦିନ | ଯୁଆଡେ ଯିଏ ଥାନ୍ତି ସମସ୍ତେ ନିଜ ପୁରୁଣା ଘର କୁ ଆସିଥାନ୍ତି ଏଇ ନୂଆଖାଇ ରେ | ସୁନନ୍ଦ ବାବୁ ଙ୍କ ଦୁଇ ପୁଅ ,ବହୁ, ନାତି ନାତୁଣୀ ସମସ୍ତେ କାଲି ରାତି ସୁଧା ପହଞ୍ଚି ଯାଇଥିଲେ | ଯାତ୍ରା ର କଷ୍ଟ କୁ ଚିନ୍ତା ନକରି , ସମସ୍ତେ ସକାଳ ୫:୩୦ ରୁ ଉଠିପଡିଥିଲେ |

ସମସ୍ତଙ୍କ ର ନିତ୍ୟକର୍ମ ସରୁ ସରୁ ସକାଳ ୭ ହେଲା | ପିଠା ପଣା ତିଆରିରେ ଘର ର ସବୁ ମହିଳା ଲାଗିପଡିଥିଲେ | ପୁରୁଷ ମାନେ ପିଲାଙ୍କୁ ନୂଆ ଡ୍ରେସ ପିନ୍ଧାଇବା, ଘର ର ଛୋଟ ମୋଟ କାମ ରେ ଆଉ ଦୋକାନ ରୁ କିଛି ଜିନିଷ କିଣା କିଣି କରି ଆଣି ବା ରେ ବ୍ୟସ୍ତ ଥିଲେ |

ନାତି ଟୋକା ରାହୁଲ ଷ୍ଟାଣ୍ଡାର୍ଡ ୩ ରେ ପଢେ | ସିଏ ସୁନନ୍ଦ ବାବୁ ଙ୍କ ହାତ ବାରିସି | ସବୁବେଳେ ପାଖେ ପାଖେ ଥାଏ | ସୁନନ୍ଦ ବାବୁ କିଛି କରିବାକୁ ବାହାରିଲେ ସଙ୍ଗେ ସଙ୍ଗେ ସିଏ ବି ବାହାରି ପଡେ | ସବୁ କଥା ରେ ଆଗଭର | ମନ୍ଦିର କୁ ଯିବାକଥା ସୁନନ୍ଦ ବାବୁ ଭାବୁଥିଲେ | ନାତି ଟୋକା ରାହୁଲ ବି ବାହାରିଲା | ଆକ୍ଟିଭା ଟି ବାହାର କରି ଷ୍ଟାର୍ଟ ମାରିଲେ ସୁନନ୍ଦ ବାବୁ |ସିଏ ବସୁ ବସୁ , ରାହୁଲ ତାଙ୍କ ପଛରେ ବସି ସାରିଥିଲା | ଆକ୍ଟିଭା ଚାଲିଲା ଦୁଇ ଜେଜେ ନାତି ଙ୍କୁ ଧରି |

ମନ୍ଦିର ତାଙ୍କ ଘରଠୁ ଦୁଇ କିଲୋମିଟର ଖଣ୍ଡେ ହବ | ରାସ୍ତା କିଛି ଭଲ କିଛି ଟିକେ ଖରାପ | ଭଲ ରାସ୍ତା ପାର ହେଇଗଲା ପରେ ସୁନନ୍ଦ ବାବୁ ରାହୁଲ କୁ ତାଗିଦ କରିଦେଲେ, ଭଲକି ଧରିଥିବୁ , ରାସ୍ତା ରେ ଜାରକିଙ୍ଗ ହବ, ସାବଧାନ | ରାହୁଲ ବି ତାଙ୍କ କଥା କୁ ହୁଁ ମାରି ,ଜୋର ରେ କୁଣ୍ଢେଇକି ଧରିଥାଏ ତାଙ୍କୁ |

ଖରାପ ରାସ୍ତା ଆସିଲା | ସୁନନ୍ଦ ବାବୁ ଭାରି ସଂତର୍ପଣ ରେ ଚଲାଉଥାନ୍ତି | ତାଙ୍କ ପଛ ଆଡୁ ଗୋଟେ ମୋଟର ସାଇକେଲ ରେ ତାଙ୍କ ପୁରୁଣା ସାଙ୍ଗ ଯୁଧିଷ୍ଠିର ଆସୁଥିଲେ | ଦୂରରୁ ସୁନନ୍ଦ ବାବୁ ଙ୍କୁ ପଛପଟୁ ଅନୁମାନ କରି , ବଡପାଟିରେ କହିଲେ,

“ନୂଆଖାଇ ଜୁହାର ଦାଦା !” ….. ଖାଲି ଏତିକି କହିଦେଇ ତାଙ୍କ ପାଖଦେଇ ପାର ହେଇଯାଇ ଥିଲେ ସରି ଥାନ୍ତା | କିନ୍ତୁ ତାଙ୍କୁ ପାର ହେଲା ବେଳକୁ ଗୋଟିଏ ହାତ ମୋଟରସାଇକେଲ ହ୍ୟାଣ୍ଡଲ ଉପରୁ ଛାଡି ଜୁହାର ହେବାକୁ ମୁଣ୍ଡ ପାଖକୁ ଆଣିଲେ ……. ସେଇଠି କଥା ସରିଲା | ଖସରା ରାସ୍ତା, ବର୍ଷା କାଦୁଅ ବି ଅଛି, ଆଉ ସମ୍ଭାଳନ୍ତେ କେତେ ? ଧୂମ କିନା ଖସି ଗଲା ମୋଟରସାଇକେଲର ପଛ ଚକା | ବିଚରା କଛାଡି ହେଇ ତଳେ କାଦୁଅ ରେ ପଡିଲେ ….|

ହାଁ ……..ହାଁ ……. କହୁ କହୁ ସୁନନ୍ଦ ବାବୁ ଆଉ ରାହୁଲ ଆକ୍ଟିଭା କୁ , ରାସ୍ତା କଡକୁ ନେଇ ଠିଆ କରେଇଲେ | ଦଉଡି ଆସିଲେ ଯୁଧିଷ୍ଟିର ବାବୁ ପଡିଥିବା ଜାଗାକୁ | ସେତେବେଳକୁ ଯୁଧିଷ୍ଠିର ବାବୁ ଗୋଟାପଣି କାଦୁଅ ରେ ସଲବଲ ହେଇ ଯାଇ ଥିଲେ | ତାଙ୍କ ମୋଟରସାଇକେଲ ଟି ରାସ୍ତା ରୁ ଯାଇ ବିଲ ଭିତରେ ପାଣି ପିଉଥାଏ | ଫଟ ଫଟ ଶବ୍ଦ କରି କରି କିଛି ସମୟ ପରେ ବନ୍ଦ ହେଇଗଲା | ଇଆଡେ ଯୁଧିଷ୍ଠିର ବାବୁ କିମ୍ଭୂତ କିମାକାର ହେଇ କାଦୁଅ ରେ ବସି ଅଣ୍ଟା ଟାକୁ ଜାବୁଡି ଧରିଥିଲେ |ରାହୁଲ ଆଉ ସୁନନ୍ଦ ବାବୁ ମିଶି ତାଙ୍କୁ ସାଷ୍ଟାଙ୍ଗ କାଲେ | ପାଖରେ ନଳକୂଅ ଟିଏ ଥିଲା | ସେଠିକି ନେଇ ଧୂଆ ଧୂଇ ହେଲେ | ସେ ରାସ୍ତା ରେ ଲୋକ ବାକ କମ | ତେଣୁ ଆଉ କେହି ଦେଖି ନାହାନ୍ତି ବୋଲି ଯୁଧିଷ୍ଠିରବାବୁ ମନେ ମନେ ଭଗବାନ ଙ୍କୁ ଧନ୍ୟବାଦ ଦେଉଥିଲେ | ଭାଗ୍ୟ ଯୋଗ ବିଶେଷ କିଛି ଅସୁବିଧା ହେଇନଥିଲା |

ରାହୁଲ ର କିନ୍ତୁ ଏଇ ନୂଆଖାଇ ଜୁହାର କଥାଟି ସବୁଦିନ ମନରେ ରହିଗଲା |

Advertisements

4 thoughts on “ନୂଆଁଖାଇ ଜୁହାର

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s