ବିଚାର କରନ୍ତୁ ଦୋଷ କାହାର

ମୁଁ ଜଣେ ରିପୋର୍ଟର , ମୁଁ ସାଂପ୍ରତିକ ଘଟଣା  କୁ ନେଇ ପ୍ରତି ଗୋଷ୍ଠୀ ର ବ୍ୟକ୍ତି ଙ୍କ ସହ ମିଶିଥାଏ ଆଉ ସେମାନଙ୍କ ଠାରୁ କିଛି ମତାମତ ସଂଗ୍ରହ କରିଥାଏ | ସେସବୁକୁ ଏଠି ଉପସ୍ଥାପନ କରେ | ତାକୁ ପଢି ଆପଣ ନିଜ ବିଚାର ରଖିବେ  ବୋଲି ଆଶା ଓ ବିଶ୍ବାସ ,

( ଆଜି ର ଆଲୋଚନା ଏକ ସମ୍ବେଦନଶୀଳ ଘଟଣା କୁ ନେଇ ….ଘଟଣା ଟି ହେଲା , ଛୋଟ ଛୋଟ ସ୍କୁଲ ବାଳିକା ମାନଙ୍କ ଉପରେ ହେଉଥିବା ଦୁଷ୍କର୍ମ ସମ୍ପର୍କରେ )

ମୋର ପ୍ରଥମ ଟାର୍ଗେଟ ସେଇ ନୃଶଂସ ଲୋକ ଯିଏ ଏପରି ଘଟଣା କୁ ଘଟେଇଛି :

ପ୍ରଶ୍ନ : ତୁମେ ଏପରି  କର୍ମ କରିବାକୁ ନିଜ ମାନବିକତା କୁ ଜଳାଞ୍ଜଳି ଦେଇଦେଲ ? କାହିଁକି ଏମିତି କଲ  ?

ଉତ୍ତର : ଆଜ୍ଞା ! ବହୁତ ବଡ ଭୁଲ ହେଇଗଲା ! ମୁଁ ପାପୀ ! ମୋତେ ମୃତୁଦଣ୍ଡ ମିଳିବା ଜରୁରୀ | ମୁଁ ବି ତ  ମଣିଷ , ମୋର ବି ତ ଇଚ୍ଛା ଅଛି , କିନ୍ତୁ ମୁଁ ମୋ ନିଜକୁ ଆଉ ମୋ ବିବେକ କୁ ନିଜ ଆୟତ୍ତ ରେ ରଖିପାରିଲିନି | ଗରିବ ଘରେ ମୋ ଜନ୍ମ | ଛୋଟବେଳୁ ବାପା ଙ୍କୁ ଦେଖିନି | ମା ପରଘରେ କାମକରି ପେଟପୋଷେ | ମୋତେ ବି ଛୋଟବେଳୁ ହୋଟେଲ ରେ କାମରେ ଲଗେଇ ଦେଇଥିଲା | ପାଠ ପଢିନି | ସେଇ ହୋଟେଲ ରେ କାମ କଲା ବେଳେ କେତେ କେତେ ପ୍ରକାର ଲୋକ ଙ୍କ ସହିତ ଦେଖା ହୁଏ | ଖରାପ ସାଙ୍ଗ ବି ମିଳିଲେ |ତାଙ୍କ ସାଙ୍ଗରେ ପଡି ମଦ,ନିଶା ସବୁ ଶିଖିଲି | ମୋବାଇଲ ରେ ଖରାପ ଭିଡ଼ିଓ ଦେଖିବା ବି ଅଭ୍ୟାସ ରେ ପଡିଗଲା | କିଛି କିଛି ପଇସା ମିଳିଲେ ବେଳେବେଳେ ମନଖୁସି କରିବାକୁ ବେଶ୍ୟାଳୟ କୁ ବି ଗଲି | ସେଥିପାଇଁ ପୋଲିସ ହାଜତରେ ବି ପସିଛି | କିନ୍ତୁ ପଇସା ନେଇ ଛାଡିଦିଆନ୍ତି | ଏମିତି ଏମିତି ଅପରାଧ କରିବାକୁ ସାହସ ବଢିଗଲା | ମିଛ କହି , ନିଜକୁ ଭଲ ବୋଲି ପରିଚୟ ଦେଇ ଅନ୍ୟ ସହର ରେ ଆସି ଏଇ ସ୍କୁଲ ରେ ରହିଲି | କେହି ଜାଣିପାରିଲେନି | କିନ୍ତୁ ଆଜ୍ଞା , ମନର ଭୋକ କୁଆଡେ ଯିବ ? ଥରେ ଖରାପ ବାଟ ଧରିଲେ ସେ ବାଟ ଆଉ ଛଡେନି | ମଦ , ଜୁଆ , ମାଇକିନିଆ ଧନ୍ଦା ରେ ଫସିଗଲି | ସବୁବେଳେ ପଇସା ଅଭାବ ରହିଲା | ତେଣୁ ନିଜ ଦେହ ର ଭୋକ ଆଉ ବେଶ୍ୟାଳୟକୁ ଯାଇ ମେଣ୍ଟେଇବା ସମ୍ଭବ ହେଲାନି | ଆଉ ଏଇ ମୋବାଇଲ ରେ ଯୌ ଭିଡ଼ିଓ  ସବୁ ଛାଡୁଛନ୍ତି , ତାକୁ  ଦେଖୁ ଦେଖୁ ତ ଦେହ କଣ ହେଇଯାଉଛି | ସ୍ତ୍ରୀ ନାହି | ବାହା କିଏ ହବ ? ଏମିତି ରେ ଯୁଆଡେ ଯିବୁ ସବୁଆଡେ ଲାଙ୍ଗଳା ଝିଅ ଙ୍କ ଫଟ | ରାସ୍ତା ରେ ବି ଅଧ ଲଙ୍ଗୁଳି ମାଇକିନିଆ | ଏସବୁ ଦେଖି ଦେଖି ……..ଏମିତି ଭୁଲ କରିବସିଲି ……….

ମୋତେ ମାରିଦିଅନ୍ତୁ ……ମୁଁ ବଞ୍ଚିବାକୁ ଚାହେଁନି ……..

 

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s