ଚୁପ୍ …..ଦେଖ କିଏ ଆସୁଛି !

(୧)

ରାତି ପ୍ରାୟ ୧:୩୦ ହେବ । ମୁଁ ଉଠିଲି । ବାଥରୁମ କୁ ଗଲି । ଧୋଇ ଧୁଆ ହେଇ ବିଛଣା କୁ ଫେରିଲି । ହଠାତ କରେଣ୍ଟ ଚାଲିଗଲା। ସବୁଆଡ଼ ଅନ୍ଧାର । ଚାର୍ଜ ଲାଇଟ ଟିକୁ ଡ୍ରଇଂରୁମ ରୁ ଆଣିବାକୁ ସେମିତି ଅନ୍ଧାର ରେ ଅଣ୍ଡାଳି ଅଣ୍ଡାଳି ଗଲି । ଅନ୍ଧାର ରେ କିଛି ଦିଶୁ ନଥାଏ । ଡ୍ରଇଂରୁମ ରେ ପହଁଚି ଟେବୁଲ ଉପରେ ଅଣ୍ଡାଳିଲି । ନାଁ ଏଠି ତ ନାହିଁ । ବୁଲି ପଡିଲି, ଅନ୍ୟ ଆଡେ ଖୋଜିବାକୁ । ଅନ୍ଧାର ରେ ମୋ ଦେହରେ କିଏ ଜଣେ ବାଜିଲା ଭଳି ଲାଗିଲା । ଏତିକି ବେଳକୁ ଲାଇଟ ଆସିଗଲା । କାହିଁ କେହିତ ନାହିଁ । ଡୋର ସ୍କ୍ରିନ ଟା ହେଇଥିବ । ଏୟା। ଭାବି ବେଡ୍କୁ ଚାଲିଆସି ଶୋଇ ପଡ଼ିଲି ।

ହଁ, ମୋ ବିଷୟ ରେ କହିଦିଏ । ମୁଁ ରାକେଶ, ଏଇ ବର୍ଷେହେଲା “ଗୁଞ୍ଜନ ପୁର” କୁ ଆସିଛି । ଏଠି ଗୋଟିଏ କମ୍ପାନୀ ରେ ଚାକିରୀ କରେ । ଏବେ ଏକା ରହୁଛି । ମୁଁ ଯେଉଁଠି ରହିଛି ତାହା ସହର ଠୁ ଟିକେ ଦୂର । ଆଖପାଖ ଅଞ୍ଚଳରେ ଦୁଇ ତିନୋଟି ଘରକୁ ଛାଡି ଦେଲେ ଆଉ ସବୁ ବୁଦୁ ବୁଦୁକିଆ ଜଙ୍ଗଲ । ମୁଁ ସବୁଦିନ ସକାଳୁ ଆକ୍ଟିଭା ଟି ରେ ଡିଉଟି ଯାଏ। ଫେରୁ ଫେରୁ ସନ୍ଧ୍ୟା ହୁଏ । କେବେ କେବେ ରାତିରେ ବି ମୋତେ ଯିବାକୁ ପଡେ ।

**********        ***********

ତା ପରଦିନ କଥା । ମୁଁ ଅଫିସ କାମରେ ବ୍ୟସ୍ତ ଥାଏ । ମୋ ମୋବାଇଲ ଟା ବାଜିଲା । ମୁଁ। ଦେଖିଲି । ଗୋଟେ ଅଜଣା ନମ୍ବର । କିଏ କାଳେ। ଚିହ୍ନ। ଲୋକ ନୂଆ ନମ୍ଵର ରୁ କିଛି ବିଶେଷ କାମ ପାଇଁ ଫୋନ କରିଥିବ ଭାବି ଫୋନ ଉଠେଇଲି ।  ଆରପଟରୁ ଖିଲ ଖିଲ ହସ ଭାସି ଆସିଲା । ଗୋଟିଏ ନାରୀ କଣ୍ଠ ଶୁବିଲା…..

“କାଲି ରାତିରେ ମୁଁ ଥିଲି । ଡୋର ସ୍କ୍ରିନ ନୁହେଁ !”

************ (ଆଗକୁ ଅଛି …..)

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s