ଚୁପ ……..ଦେଖ କିଏ ଆସୁଛି !(୨ୟ ଭାଗ )

 

(୩ )

 

(ଆର ପଟରୁ ଖିଲ  ଖିଲ ହସ ଭାସିଆସଲା  |  ଗୋଟିଏ ନାରୀ  କଣ୍ଠ ଶୁଭିଲା …………..

“କାଲି  ରାତିରେ ମୁଁ ଥିଲି | ଡୋର ସ୍କ୍ରିନ ନୁହେଁ !”………………………..ତା  ପରେ   )

ହଠାତ ଏମତି କଥା ମୁଁ ଶୁଣିବି ବୋଲି ଆଶା କରିନଥିଲି | ଫୋନ ଟା ମୋ ହାତରୁ ଖସିପଡୁପଡୁ ରହିଗଲା | କିଏ ମୋ ସହିତ ଏମିତି ମଜା କରୁଛି ? କାଲି ରାତି ର ଘଟନା ମୁଁ କାହାକୁ କହିନି  ତ ? କେଜାଣି ଭୁଲରେ କାହାକୁ କହିଦେଇଛି କି ? ହୋଟେଲ କୁ ଜଳଖିଆ ଖାଇବାକୁ ଗଲାବେଳେ ରଞ୍ଜନ ସାଙ୍ଗରେ ଥିଲା | ରଞ୍ଜନ ଆମ ଅଫିସ ରେ ପିଅନ | ତାକୁ କହିଥିଲି ବୋଧେ | ସିଏ ହସରେ ଉଡେଇଦେଇଥିଲା |  ଆଉ ଏ ଯଉ ନାରୀ କଣ୍ଠ ? ମୁଁ ସତରେ ଶୁଣିଛି ନା ଭାବିହେଇହେଇ , ଏମିତି ମୋତେ ସୁଭୂଛି ?

ଏମିତି ଭାବୁ ଭାବୁ ମୋବାଇଲ ର କାଳ ରେଜିଷ୍ଟର ଖୋଲିଲି  | ଆରେ ଲାଷ୍ଟ କଲ୍ ତ ରୋଜି ର , ଆଉ ସେ ନମ୍ବର ଟା ? ମୋ  ମୁଣ୍ଡ ରେ କିଛି ପସିଲାନି | ସବୁ କାମ ଛାଡି ବାହାରକୁ ପଳେଈ ଆସିଲି | କାହାକୁ କହିବି ? କେହି ବିଶ୍ଵାସ ବି କରିବେନି | ଦେଖିବା ରୋଜି କୁ ଫୋନ ଲଗାଏ , ସିଏ କଣ କହୁଛି ……

“ହାଲୋ  !  ରୋଜି  ! “   ରୋଜି  ମୋ  ମାମୁଁ ଙ୍କ ଝିଅ  ,

“ ହଁ !  କୁହ  ଭାଇ ! କଣ ହେଲା ଏତେ ସକାଳୁ ?”

“କିଛି ନାଇଁ ରେ , ତୁ ମୋତେ ଆଉ ଗୋଟେ ନମ୍ବର ରୁ କଲ୍ କରିଥିଲୁ କି ?”

“ନାଁ  ତ ? କାଇଁ କଣ ହେଲା କି ?”

“କିଛି ନାଇଁ ,  ରହୁଛି | ପରେ କଥା ହେବା |”

ଫୋନ ଟାକୁ ଶୀଘ୍ର କାଟି ଦେଇ ପୁଣି ଚିନ୍ତା ରେ ବୁଡିଗଲି | ମୁଁ କଣ ପାଗଳ ?

ରଞ୍ଜନ ଏତିକିବେଳେ ଆସି ଡାକିଲା , ଅଫିସର ଡାକୁଥିଲେ | ମୁଁ ପୁଣି ଅଫିସ କାମ ରେ ବ୍ୟସ୍ତ ହେଇ ସବୁ ଭୁଲିଗଲି |ଦିନ ସାରା ୟାଡୁ ସ୍ୟାଡୁ କାମ ଆଉ ପୁଣି ମଝିରେ ଟିକେ ଲଞ୍ଚ ବ୍ରେକ ,ପୁଣି କାମ …….ଏମିତି ଏମିତି ଦିନ କଟିଗଲା | ସବୁଦିନ ପରି ସନ୍ଧ୍ୟାରେ ଗାଡି ଟି ଧରି ଘରକୁ ଫେରିଲି | ବହୁତ ଥକା ଲାଗୁଥିଲା | ଘରେ ପହଞ୍ଚି ବ୍ୟାଗ ଟାକୁ କାନ୍ଥ ଆଲମୀରା ରେ ଫୋପାଡିଦେଇ ବେଡ ଉପରେ ଗଡି ପଡିଲି | ଲାପଟପ ରେ ହନୁମାନ ଚାଳିଶା ଲଗେଇ ଶୁଣିଲି | ଧୋଇଧାଇ ହେଇ ନିଜ ଘରୁଆ କାମରେ ଲାଗିଗଲି |

ଏତିକି ବେଳେ କଲିଂବେଲ ଟା ବାଜି ଉଠିଲା |

କାମ ଅଧା ରୁ ଛାଡି କବାଟ ଖୋଲିଲି | ଆମ ପଡିଶା ଘର ନନ୍ଦୁ ମଉସା ଆସିଥିଲେ | ହାତରେ ଗୋଟେ ଟିଫିନ | କଣ କରୁଛି ବୋଲି ପଚାରିଲେ | ମୁଁ ରୋଷେଇ ରେ ଲାଗିଥିବା ଜାଣି କହିଲେ , ଆରେ ଆଜି ପରା ବିଶ୍ଵକର୍ମା ପୂଜା , ମୁଁ ଆମ ଅଫିସ ରୁ ପ୍ରସାଦ ଆଣି ଆସିଛି ନିଅ  | ଆଉ କାହିଁକି ଏତେ କଷ୍ଟ କରୁଛ ? ଏତିକି ରେ କଣ ହେଇ ଯିବନି ? ମୁଁ ହସି ହସି , ହଁ ମାରିଲି | ସିଏ ଟିକେ ଗପୁଡା ଲୋକ , ନ ଗପିଲେ ଯିବା ର ନାଁ ଧରନ୍ତି ନି | ତେଣୁ ମୁଁ ମୋ କାମ କୁ ଶୀଘ୍ର ଶୀଘ୍ର ସାରି ତାଙ୍କ ସହ ଗପ କରିବାକୁ ଆସିଗଲି |

“ଆଚ୍ଛା ରାକେଶ ତୁମେ ଏକୁଟିଆ ରହୁଛ , ଡର ମାଡେ ନି ?” ନନ୍ଦୁ ମଉସା ପଚାରିଲେ |

“ନାଁ , କଣ ଡର ? “ ଠାକୁରେ ଅଛନ୍ତି ଚଉବାହାକୁ |  ମୁଁ ଏମିତି କହି କଥା କୁ ହାଲ୍କା କରିବାକୁ ଚେଷ୍ଟା କଲି | କିନ୍ତୁ ସିଏ ନାଛୋଡ ବନ୍ଧା ,ଆରମ୍ଭ କଲେ  ତାଙ୍କ କାହାଣୀ ପେଡି …..

ଆଜି ଗୋଟେ ସତ କଥା କହିବି , ମୋ ପିଲା ଦିନ କଥା……

ଆମେ ସେତେବେଳେ ଚାଟଶାଳୀରେ ପଢୁଥାଉ | ମୁଁ  , ଜଗନ  , ରାଧୁଆ   ଆଉ ବିପିନ  | ଏଇ  ପାଞ୍ଚ ଛ ବର୍ଷର ହେଇଥିବୁ ସମସ୍ତେ | ଆମ ଗାଁ ରେ ଲାଇନ ନଥାଏ | ରାତି ହେଲେ ଆମେ ସବୁ ଏକାଠି ହେଇ ଆମ ଘର ସାମନା ମଣ୍ଡପ ରେ ବସି ଲଣ୍ଠନ ଲଗେଇ ପଢୁ | ଆମ ଘର ଟି ଗାଁ ର ପୁରା ଗୋଟେ ମୁଣ୍ଡରେ | ଆମ ଘର ସାମ୍ନା ରୁ ନଈ ଆଡକୁ ରାସ୍ତା | ସେ ନଈ କୁ ଯିବା ରାସ୍ତା ଦୁଇ  ପାଖ ରେ ଚାଳଘର ସବୁ ଧାଡି ଧାଡି ହେଇ ଥାଏ |  ଘର ର ଛାଇରେ ନଈ କୁ ଯିବା ରାସ୍ତା ତା ପୁରା ଅନ୍ଧାରିଆ ହେଇଥାଏ | ପୁର୍ଣାମୀ  ରେ ବି ନଈ କୁ ଯିବା ରାସ୍ତା ରେ ଲଣ୍ଠନ ଧରି ସମସ୍ତେ ଯିବା ଆସିବା କରନ୍ତି  | ତା ସାଙ୍ଗକୁ ସବୁ ଚାଳଘର କୁ ଲାଗି ବାଡି ରେ ତାଳ ଗଛ | ସେଦିନ ଆମେ ବସି ପଣକିଆ ମୁଖସ୍ଥ କରୁଥାଉ | ଜଗନ, ରାଧୁଆ, ବିପିନ ମୋ ଆଡକୁ ମୁହଁ କରି ବସିଥାନ୍ତି | ମୁଁ ସିଧା ସେ ନଈ ରାସ୍ତା କୁ ମୁହଁ କରି ବସିଥାଏ | ସମସ୍ତେ ପଣକିଆ ବୋଲିବାରେ ମସଗୁଲ | ହଠାତ ମୋ ଆଖି ପଡିଗଲା , ସେ ନଈ ରାସ୍ତା ଆଡେ …ଛାଇଛାଇଆ ଜହ୍ନ ଆଲୁଅ ଥାଏ …. ସେଥିରେ ଦେଖିଲି ……ବିରାଟ ଡେଙ୍ଗା ହେଇ କିଏ ଗୋଟେ ଠିଆ ହେଇଛି ସେଠି | ଏତେ ଡେଙ୍ଗା ଯେ , ତା ର ଦୁଇ ହାତ ଦୁଇ ପଟରେ ଥିବା ଚାଲ ଘର ଉପରେ ଅଛି |  ମୁଣ୍ଡ ଟି ବହୁତ ବଡ …ଠିକ ତାଳ ଗଛ ର ପତ୍ର ପରିକା | ମୁଁ ତ ତାକୁ ଚାହିଁ ଚାହିଁ ପଣକିଆ ଭୁଲ କରି ବୋଲିବାରେ ଲାଗିଲି | ଏ ତିନିଟା ତ କିଛି ଜାଣି ପାରୁ ନଥାନ୍ତି , କାରଣ ସେମାନେ ସେ ପାଟକୁ  ପଛ କରି ବସିଛନ୍ତି | ମୋ ମୁହଁ କୁ ଚାହିଁ ଖାଲି ପଚାରୁଥାନ୍ତି , କଣ କିବେ  ନନ୍ଦୁ , କଣ ହେଲା ? ଆରେ କହ …..

ମୋର ସେତିକିବେଳକୁ ଅସମ୍ଭାଳ …….. ମୁଁ ଗୋଟାପଣ  ଝାଳ ରେ ଗାଧେଇ ସାରିଲିଣି | ଶେଷ ରେ ମୁଁ…..ହାଉଳି  ଖାଇ କହିଲି ,

“ଆବେ ! ଦେଖନି …. ସେ ନଈ ରାସ୍ତା ରେ କିଏ ? “……  ଏତିକି କହି ମୁଁ  ଦଉଡିକି ଘରଭିତରକୁ ପଳେଇଲି | ସେ ତିନିଟା …..ଖାଲି କହୁଥାନ୍ତି …..” କାହିଁ ?  କୌଠି ?  କିଏ  ବେ ?”…….ତାଙ୍କୁ କିଛି ଦିଶୁନଥିଲା …..

ତା ପର ଦିନ ଠୁ ମୋତେ ଚାରିଦିନ ଜର ହେଲା ….. ଆଉ …..

“ବଡବାପା , ଚାଲ ,,,,, ବାପା  ଡାକୁଛନ୍ତି ,”   ହଠାତ  କାହା ଡାକ ଶୁଣି ନନ୍ଦୁ ମଉସା ପଛକୁ ଦେଖିଲେ | ତାଙ୍କ ଝିଆରୀ ଆସିଥିଲା ତାଙ୍କୁ ଡାକିବା ପାଇଁ |  ସେ ଉଠି ଘରକୁ ଗଲେ | ମୁଁ କବାଟ ବନ୍ଦ କରି ଶୋଇବାକୁ ଗଲି |

( ଆଗକୁ  ଆସୁଛି ………………)

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s