ଚୁପ …….ଦେଖ କିଏ ଆସୁଛି ! (୩ ୟ ଭାଗ )

“ବଡବାପା , ଚାଲ ,,,,, ବାପା  ଡାକୁଛନ୍ତି ,”   ହଠାତ  କାହା ଡାକ ଶୁଣି ନନ୍ଦୁ ମଉସା ପଛକୁ ଦେଖିଲେ | ତାଙ୍କ ଝିଆରୀ ଆସିଥିଲା ତାଙ୍କୁ ଡାକିବା ପାଇଁ |  ସେଇ ଉଠି ଘରକୁ ଗଲେ | ମୁଁ କବାଟ ବନ୍ଦ କରି ଶୋଇବାକୁ ଗଲି |

ବିଛାଣା  ରେ ଗଡିପଡିଲି ସିନା , ନିଦ  ଆସୁନଥିଲା  | ପାଖରେ ମ୍ୟାଗାଜିନ ଟେ  ପଡିଥିଲା , ତାକୁ ନେଇ ପୃଷ୍ଠା ଲେଉଟେଇଲି …..କହନ୍ତି ନିଦ ନ ଆସିଲେ ,କିଛି ପଢାପୁଢି କଲେ ଶୀଘ୍ର ନିଦ ମାଡିଆସେ |  ଏମିତି ଏମିତି ଦେଖୁ ଦେଖୁ ଗୋଟେ ପୃଷ୍ଠା ରେ ମୋ ଆଖି ଲଟକି ରହିଗଲା | ସେଠି ଲେଖା ଯାଇଥିଲା “ ଚୁପ ……ଦେଖ କିଏ ଆସୁଚି !”

ମୁଁ  ପଢିବାକୁ ଲାଗିଲି ,

ଦୁଇଜଣ ପଡୋଶୀ ଥିଲେ , କିନ୍ତୁ ସେମାନଙ୍କ ଭିତରେ ଜମା ଭଲ ପଡେନି | ସବୁବେଳେ କଳି  ଝଗଡା | କେବେ ଛୁଆ ଙ୍କ କଥା କୁ ନେଇ ,ତ କେବେ ନାଳି ରେ ପାଣି କୁ ନେଇ | ଏମିତି କି ଦିନେ ଦିନେ ଠେଙ୍ଗାବାଡି ବି ଧରି ବାହାରି ପଡନ୍ତି | ଖରାପ ଅଭ୍ୟାସ ବି ଥାଏ , ମଦ  ଗଞ୍ଜେଇ  ସବୁ ଚାଲେ  | ଦିନେ ଏତେ ଜୋରରେ ଗଣ୍ଡଗୋଳ ହେଲା ଯେ ଜଣେ ଆର ଜଣଙ୍କୁ ଠେଙ୍ଗା ରେ ପାହାରେ ଦେଲା | ବାସ କଥା ସରିଲା  | ସେଇଠି ରକ୍ତ ଜୁଡୁବୁଡୁ ହେଇ ଜଣେ ଆରପାରିକୁ ଟିକଟ କାଟିଲା | କିନ୍ତୁ ରାଗ ଏତେ ଥାଏ ଯେ , ସେଇ ମଲା ବେଳେ ବି କହିଥାଏ ….”ରହ………ତତେ ….ବି ………ଦେଖି ଦେବି ………..”

“ହଁ …..ଯା….ଯା ….ନିଜେ ମରୁଛୁ ….ମୋତେ କଣ ଦେଖିବୁ ….ବେ  ?”

ସେ ଯାହା ହଉ , ପୋଲିସ ଆସି ପିଟିଥିବା ଲୋକ ଟାକୁ  ବାନ୍ଧିନେଲା  | କେସ  ଚାଲିଲା | କୋଟ କଚେରୀ ରେ ମିଛ ସତ କହି ସେ ଲୋକ ଖସି ଆସିଲା | ସମସ୍ତେ କିଛିଦିନ ପରେ ସବୁ ଭୁଲିଗଲେ | ଏଭିତରେ ଦୁଇ ବର୍ଷେ ବି ପୁରିଯାଇଥିଲା |

ମାରିଥିବା ଲୋକଟି ଆଉ କାହାକୁ ମାନୁ ନଥାଏ | ସବୁ ହାତ ବଜାର ରେ ଦାଦା ବଟି ବି ଆଦାୟ କରିବାକୁ ଲାଗିଲା | ଦିନରାତି ମଦ ,ଜୁଆ ରେ ବୁଡିରହିଲା |

ସେଦିନ ଥାଏ କାଳୀପୂଜା ଅମାବାସ୍ୟା  | ପାଖ ଗାଁ  ରେ ମେଳା ପଡିଥାଏ | ସେ ଲୋକଟି  ଯାତ୍ରା ବୁଲି ଯାଇଥାଏ | ବୁଲୁବୁଲୁ …ବହୁତ ରାତି ହେଇଗଲା |  ଯାତ୍ରା ରେ ଆଉ ତାକୁ ଭଲ ଲାଗିଲାନି | ଘରକୁ ଫେରିବାକୁ ଚାହିଁଲା | ସେଠୁ ଫେରିଲା ବେଳକୁ  ଏ ଲୋକଟା  ଯାତ୍ରା ର ଶେଷ ମୁଣ୍ଡ ରେ ଗୋଟେ ବାଦାମ ଦୋକାନ ପାଖରୁ କିଛି ବାଦାମ କିଣିକି ,ଖାଇ ଖାଇ ଘରକୁ ଯିବ  ବୋଲି ଚିନ୍ତା କଲା |  ଯାତ୍ରା ର ଶେଷ ମୁଣ୍ଡ ରେ ଯେଉଁ  ବାଦାମ ଦୋକାନ ସେଠି ଗୋଟେ ଲୋକ କମ୍ବଳ ଘୋଡିହେଇ ବସି ବାଦାମ ବିକୁଥାଏ | ଗୋଟେ ବି ଗ୍ରାହକ ନଥାନ୍ତି | ରାସ୍ତା ଟା ବି ସୁନଶାନ | ସମସ୍ତେ ତ ଯାତ୍ରା ରେ ଭିଡ କରିଥାନ୍ତି |ଏଆଡେ ଆସିବ କିଏ ? ଏ ଲୋକଟା ଯାଇ ସେ ବାଦାମ ଦୋକାନୀ କୁ ବାଦାମ ଦବାକୁ କହିଲା | ପୁରା କମ୍ବଳ ଟା ଘୋଡିହେଇଥାଏ ସେ ବାଦାମ ଦୋକାନୀ | ମୁହଁ ଦେହ କିଛି ଦିଶୁନଥାଏ | ପାଖରେ ଛୋଟ ଡିବିରି ଟେ ଜଳୁଥାଏ | ଅମାବାସ୍ୟା ରାତି | ପୁରା କିଟି କିଟି ଅନ୍ଧାର | ଏ ଲୋକଟା  କହିଲା,

“ହେୟ ! ବାଦାମ ଦେଲୁ    ୧୦ ଟଙ୍କା ର  !”

ଦୋକାନୀ ସେମିତି ସେଇ କମ୍ବଳ ଭିତରୁ କହିଲା ….” ହୁଁ  !”

ପଲିଥିନ ରେ ପୁଡିଆ କରି ସେ ୧୦ ଟଙ୍କିଆ ବାଦାମ ଭାଗ ରଖିଥାଏ |

ଏ ଲୋକଟା ନିଜେ ବାଛି କି ଭଲ ପୁଡିଆ ଟେ ଆଣିଲା |

ପଇସା ଦେବାକୁ ପକେଟ ରୁ ୧୦ ଟଙ୍କିଆ ଟେ କାଢି ବାଦାମ ଦୋକାନୀ କୁ ବଢେଇଲା , ଆଉ କହିଲା , “ନେ  !”

ଦୋକାନୀ ସେମିତି ସେଇ କମ୍ବଳ ଭିତରୁ କହିଲା ….” ହୁଁ  !”

“ନଉନୁ …. ହୁଁ ,  ହୁଁ   କଣ ହଉଛୁ ?   ନେ   !”

ଏତିକିବେଳେ ବାଦାମ ଦୋକାନୀ କମ୍ବଳ ଭିତରୁ ତାର ହାତ ଟା କାଢି ପଇସା ରଖିବା ଜାଗାକୁ ଦେଖେଇଦେଲା ….

ସେ ଦୋକାନୀ ର ହାତ କୁ ଦେଖି ଏଲୋକ ଟା ର ଆଖି ଖୋସି ହେଇଗଲା |

ସେ ହାତ ଟା ରେ ପାପୁଲି ନଥିଲା …..ଥିଲା ଘୋଡା ଟାପୁ  !

“ଇଲୋ …ବୋପାଲୋ  !……”   ରଡି ଛାଡି  ଉଠି ପଡି ଧାଇଁ ଲା ଲୋକଟା  | କୁଆଡେ ଯିବ କିଛି ଜାଣିପାରିଲାନି | କେତେବାଟ ଏମିତି ଦୌଡୁ ଦୌଡୁ ପୁରା ନିର୍ଜନ ରାସ୍ତା କୁ କେତେବେଳେ ଚାଲିଆସିଛି ସ ଜାଣିନି | ସେଠି ଗୋଟେ ପଥର ଉପରେ ଘଡିଏ ବସିଲା | ଏଆଡେ ସିଆଡେ ଚାହିଁଲା | କେହି କୁଆଡେ ନାହାନ୍ତି | କେମିତି ଘରକୁ ଯିବ | ଏମିତି ଭାବୁଛି , ଦେଖିଲା ଦୂରରୁ ଗୋଟେ ଶଗଡ ଗାଡି ଟେ ଆସୁଛି | ଅପେକ୍ଷା କଲା | ପାଖକୁ ଆସିଲାରୁ ସେ ଶଗଡିଆ କୁ କହିଲା , “ଭାଇ ମୋତେ ଟିକେ ନେଇଯିବ ?”

“ଆସ  !”

“ଯାହା ହେଉ  ଭାଇ ତୁମେ ଆସିଲା ପରେ ମୋର ପିଣ୍ଡ ରେ ପ୍ରାଣ ପସିଲା  !”

“କାଇଁ ? କଣ ହେଲାକି ?”

“କୁହନି କୁହନି  ଭାଇ , ମୋ ଜୀବନରେ ଏମିତି ହାତ କାହାର ମୁଁ ଦେଖିନି , !”

“କୌ ହାତ ?”

“ସେ ଯାଉ ବାଦାମ ଦୋକାନୀ କମ୍ବଳ ଘୋଡିହେଇ  ବସିନି ,  ତା’ ର……………ଅଧା ମଣିଷ ଅଧା ଘୋଡା ଟାପୁ ,  ମୋ ବୌଲୋ  ! ସେଟା ମଣିଷ ନା ଭୁତ  ?”

ଶଗଡିଆ ହସିଲା ,

ଆଉ କହିଲା  , “ଓହୋ  ! ଏଇ କଥା  ? ଏଇ ଭଳିଆ ହାତ   ତ  ?”

ଏତିକି କହି  ସେ ତା ହାତ ତା ଚାଦର ଭିତରୁ ବାହାର କରି ଦେଖେଇଲା ,

ଆରେ !  ଏ କଣ  ?  ଏ ବି ସେମିତି ,,,,,, ଅଧା ମଣିଷ ଅଧା ଘୋଡା ଟାପୁ   !

ସେଇଠି ସେ ଲୋକଟା ରକ୍ତ ବାନ୍ତି କରି ମରିଗଲା | ଶଗଡିଆ ହସି ହସି କହୁଥିଲା , ମୋତେ ମାରିଥିଲୁ  ….ନାଁ | ଅନ୍ଧାର ରେ ମିଳେଇଗଲା ସେ |

(ଆଗକୁ  ଆହୁରି  ରହସ୍ୟ ରୋମାଞ୍ଚ ଆସୁଛି …………………..)

 

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s