ହାକୁଟି

ଆଜି ସନ୍ଧ୍ୟାରେ ବେଶୀ ଚାଉଳ ବରା ଖିଆ ହେଇ ଯାଇଥିଲା । ବଲାଙ୍ଗୀର ର ସ୍ପେଶାଲ ‘ଚାଉଳ ବରା’ । ଖାଇ ଛନ୍ତି ? ଥରେ ଖାଇଲେ ଆଉ ପାଟିରୁ ଛାଡିବନି । କିନ୍ତୁ ସେଇ ସୁଆଦିଆ ଖିଆ ର ଫଳ ଏ ଆମ୍ବିଳା ହାକୁଟି । ନିଜେ ତ ଅର୍ଜିଛି , କହିବି କାହାକୁ ?

ରୋଷେଇ ଘର ଭିତରକୁ ପଶିଗଲି । ଫ୍ରିଜ ରୁ ପାଣି ବୋତଲଟା କାଢି , ଢକ ଢକ ପି ଗଲି । କାଳେ ହାକୁଟି କମିଯିବ !

ନାଁ କାମୁନି ।

ଟିଭି ରେ କ୍ରିକେଟ ଦେଖିନପାରୁଥିବାରୁ ଭଲ ଲାଗୁ ନଥିଲା । ପେଟ ମାଡ଼ି ତଳେ ଶୋଇପଡ଼ିଲି ।

ପୁଅ ଆସି କହିଲା ,ବାପା ତୁମ ମୋବାଇଲ ରେ ଟିକେ ହଟସ୍ପଟ ରେ ନେଟ ଟିକେ ଲଗେଇବାକୁ । ମୋ ହାତ ରେ ମୋବାଇଲ ଥିଲା । ତାକୁ ଦେଇ ଦେଲି ।

ହାକୁଟି ପାଇଁ ମୁଁ ଏତେ ଅସହାୟ ହେଇଯିବି , ଭାବି ନଥିଲି ।

ଝିଅ ଆଣି ପତଞ୍ଜଳି ର ‘ହିଂପେଡା’ ଟିଏ ମୋ ପାଟିରେ ପୁରେଇଲା । ଧୀରେ ଧୀରେ ତାକୁ ଖାଇଲି । ବହୁତ ସୁନ୍ଦର ସ୍ୱାଦ ।

ଆରେ ଭଲ ଲାଗିଲା ତ !

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s