ହଗରା ବାଣ …

img_1508421730270795640777.jpg

“ଆଜି ହଗରା ବାଣ ଆଣିବ !” ନାତି ଟୋକା ମୋ କାନ୍ଧରେଚୁମାଦେଲା ବେଳକୁ ଫୁସଫୁସ ହେଇ କହିଲା । ମୁଁ ତାକୁ ଆଖିରେ ଆଖିରେ ବୁଝେଇଦେଲି , ଯେ ଆଣିଦେବି ବୋଲି ତା ଖୁସି କିଏ ଦେଖେ ।

ଖାଲି ପାଦରେ ଦୁମ ଦୁମ ହେଇ ,ହାତ କୁ ଖୋଲି ନାଚିଗଲା । ମୁଁ ସାଇକେଲ ଟା ଧରି ବଜାର କୁ ବାହାରିଲି । ସଉଦା ପତ୍ର ସବୁ କିଣି , ପକେଟ ଅଣ୍ଡାଳିଲା ବେଳକୁ ଟଙ୍କା ପଚାଶ ।

ଜା ହେଉ ବାଣ ଦୋକାନ କୁ ଗଲି । ସବୁ ବାଣ କୁ ସଜେଇ ସଜେଇ ଧରି ବସିଥିଲା ରାଧୁଆ । ତାଙ୍କର କୋଉ ମାନ୍ଧାତା ଅମଳରୁ ଏଇ ବାଣ ବେପାର । ମୋ ଛୁଆ ବେଳେ ରାଧୁଆ ର ଜେଜେ ବିକୁ ଥିଲା । କେତେ ରକମର ବାଣ ତିଆରି କରିବାସହିତ ଅନ୍ୟ କେତେକ ବାହାରୁ ଖରଦି କରି ଆଣି ବିକେ ।

ମୋତେ ଦେଖି ତା ଦୋକାନ ର ସବୁ କାମ ଛାଡି ମୋ ନାତି ପାଇଁ ହଗରାବାଣ ବାନ୍ଧିଦେଲା ।ହସୁ ହସୁ କହିଲା , “ତୁମେ ତ ଆଉ କିଛି ନବନି….ଏଇ ନିଅ ତୁମ ନାତି ର ଜିନିଷ ।” ମନ ଭିତରେ ଥିବା ପୁରୁଣା କୋହ କୁ ଚାପି ମୁଁ ଫେରିବା ବେଳକୁ , ଆଉ ଦୁଇଜଣ ଗ୍ରାହକ ଙ୍କୁ ରାଧୁଆ କହୁଥିଲା ,

“ଜାଣିନ ? ଏଇ ପା ସେଇ । ୟାଙ୍କ ପୁଅ ବୋହୂ ଗଲା ବର୍ଷ ବାଣ ଦୋକାନ ପୋଡିରେ ମାରା ପଡ଼ିଥିଲେ । “

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s