ଶୀତ

ନଭେମ୍ବର ମାସରେ ଟିକେ ବେଶୀ ଶୀତ ଅନୁଭୂତ ହୁଏ । ଏକଥା ଜାଣି ମଧ୍ୟ ରାଜୁ ନିଜ ଶୀତ ପୋଷାକ ନ ପିନ୍ଧି ବୀର ଦର୍ପରେ ବାହାରି ଗଲା ବରଯାତ୍ରୀ ହେଇ । ତା ସାଙ୍ଗ ବିନୋଦ ର ଭାଇ ବାହାଘର । ତରତରରେ ନଗଲେ ଭଲ ଗାଡ଼ିରେ ଭଲ ସିଟ ଟେ ମିଳିବନି ।ତା ଭାଗ୍ୟ ଭଲ, ତା ମନମୁତାବକ ସିଟ ମିଳିଗଲା । ସିଏ ଯେଉଁ ଗାଡି ଟିରେ ବସିଛି, ସମସ୍ତେ ଶୀତ ରୁ ରକ୍ଷା ପାଇବା ଡ୍ରେସ ପିନ୍ଧିଥାନ୍ତି ।

ଗାଡି ଚାଲିଛି । ସନ୍ଧ୍ୟା ଯାଇ ରାତି ହେଲା ।ବାଟରେ କେମିତି କୋଉଠି ଗାଡି ସବୁ ରହୁଥାଆନ୍ତି । ଚା ପିଇ ଶୀତ କମେଇବା ପାଇଁ ।ପୁଣି ଗାଡି ଚାଲେ । ରାଜୁ ର ଗାଡି ଟି ପୁରା ପଛରେ । ସବୁଗାଡି ଆଗେ ଆଗେ ଛୁଟି ଥାଆନ୍ତି ।

ରାତିରେ ଗାଡି ଭିତରେ ସମସ୍ତେ ଶୋଇଲେଣି । ରାଜୁ କୁ ଶୀତ ଲାଗିଲା ।କଣ କରିବ ଭାବୁଛି ।ଏମିତି ହେଇ ହେଇ ଗାଡି ଚାଲିଛି ।

ରାତି ପ୍ରାୟ 3ଟା । ଗାଡ଼ିଟି ଷ୍ଟାଟ ହାଠାତ ବନ୍ଦ ।ଗାଡି ଗୋଟେ ସହର ବାହାରକୁ ବାହାରୁ ଥିଲା । 10 କିଲୋମିଟର ପାଖା ପାଖି ପଳେଇ ଆସିଥିଲା । ଡ୍ରାଇଭର ଗାଡ଼ିକି ଚେକ କଲା । କହିଲା ଲିଫ୍ଟରେ ସହର ଭିତରକୁ ଫେରି ମେକାନିକ ଆଣିବ । ରାଜୁକୁ ସାଙ୍ଗରେ ନେବାକୁ କହିଲା । ସମସ୍ତେ ବି ସେୟା କହିଲେ ।ଶେଷ ରେ ଗୋଟେ ଗାଡିକୁ ଲିଫ୍ଟ ମାଗି ଦୁହେଁ ବସି ସହର ଆଡ଼କୁ ଗଲେ । ରାଜୁ କୁ ଶୀତ ଅନୁଭୂତ ପ୍ରବଳ ବେଗରେ ହେଉଥାଏ । ଦାନ୍ତ ଖଟଖଟ ହେଉଥିଲା ।

ବାଟରେ ସହର ଭିତରକୁ ପଶିଲାବେଳକୁ ରାଜୁ ଦେଖିଲା ସ୍ୱାମୀ ରାମଦେବ  ଙ୍କ ନିଶୁଳ୍କ ଯୋଗ ଶିବିର ପଡିଛି । ଲୋକ ଆସିବା ଆରମ୍ଭ ହେଇ ଗଲାଣି । ସିଏ ଡ୍ରାଇଭର କୁ କହି ସେଠି ଓଲହେଇ ପଡିଲା । କହିଲା ଯେ ସେ ପରେ ଯିବ । ବହୁତ ଶୀତ ହେଉଛି । ଫେରିଲା ବେଳେ ତାକୁ ନେଇ ଯିବେ । ଡ୍ରାଇଭର ବି ହଁ ମାରି ଆଗକୁ ବଢ଼ିଲା ।

ରାଜୁ ସେଠାରେ ନିତ୍ୟକର୍ମ ସାରି ଶିବିରରେ ଯୋଗ ଦେଲା । ସ୍ୱାମୀ ଜି ଏତେ ଶୀତ ରେ ବି ଖାଲି ଦେହ ରେ  ଯୋଗ ଶିକ୍ଷା ଦେଇ ଚାଲିଥିଲେ । କି ଅଦ୍ଭୂତ ଆକର୍ଷଣ । ସେ କହୁଥିଲେ, ଶୀତ ଅନୁଭୂତ ହେବ ନାହିଁ ଯଦି ଆମେ ନିଜ ଶରୀର ରେ ଯୋଗ ଅଗ୍ନି ର ମଜା ନେବା । ରାଜୁ ତାଙ୍କ ସହିତ ମିଶି ଯୋଗ ,ବ୍ୟାୟାମ କରି ଚାଲିଲା । ତା ଦେହରୁ ଝାଳ ବାହାରି ଆସିଲା ।

ରାଜୁ ଭାବୁଥିଲା, ଏଇଟା ହେଉଛି ଶୀତ । ଆମେ ତାକୁ ଡରି ଲେ , ସେ ଆମକୁ ଡ଼ରେଇବ ।

 

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s