ଡେରି

ହେଇଗଲେ ଡେରି

ଆମେସବୁ ଭାରି

ହୋଇତ ଯାଆନ୍ତି ଉଚ୍ଛନ ,

ମନକୁ ଆୟତ୍ତ

ନକରି ହୁଏତ

ଭାଙ୍ଗିଯେ ଯାଏ ସପନ ।

ଶୋଇଲେ ଡେରି ରେ

ଉଠନ୍ତି ଡେରିରେ

ସମୟ ନଥାଏ ଆଉ ,

ସବୁକାମେ ମନ

ଦେଇ ନପାରନ୍ତି

ଦୁନିଆଁ ସାଧଇ ଦାଉ ।

ଖାଇଲେ ଡେରିରେ

ପେଟ ଗଣ୍ଡଗୋଳ

ହୋଇତ ଯାଏ ରେ ଭାଇ ,

ଅମ୍ଳ ପିତ୍ତ ରୋଗ

ଘର କରିବସେ

ଆମ ଦେହେ ଯାଏ ଛାଇ ।

ପଢିଲେ ଡେରିରେ

ବିଦ୍ୟାଳୟ ଶିକ୍ଷା

ହୋଇ ପାରେନି ସମ୍ପୂର୍ଣ୍ଣ ,

ସବୁବେଳେଖାଲି

ମନ ଟି ଆମ୍ଭର

ହେଇ ଯାଉଥାଏ କ୍ଷୁର୍ଣ୍ଣ ।

ଏଥର ଭାବନ୍ତୁ

କୌଣସି କର୍ମ ରେ

ଡେରି କରିବାକି ଆଉ ?

ନିଜ କର୍ମ ପଥେ

ଆଗେଇ ଯିବାଟି

ଏବେହିଁ ଆରମ୍ଭ ହେଉ ।

*******💐******

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s