ରାତ୍ରି

କିଏ ଆଉ ବୋଳି ଦେଲା
ଆକାଶ ର କ୍ୟାନଭାସ ପରେ ,
ଗାଢ଼ କଳା ରଙ୍ଗର
ବେସ ?
ଆଉ ଛିଞ୍ଚାଡି ଦେଲା
ଧଳା ରଙ୍ଗର
ତୂଳି କୁ ଧୋଇ ସାରି ।
ବିଞ୍ଚି ହେଇଗଲେ
ଅଜସ୍ର ତାରା
ଆଉ ମଝିରେ ବଡ଼
ଗୋଟିଏ ତୋଫା ବିନ୍ଦୁ ।
କେବେ ବଙ୍କା କେବେ ପୁରା ଗୋଲ ।

One thought on “ରାତ୍ରି

Leave a reply to Binay Mohapatra Cancel reply