କୁନ୍ଦୁଲୀ ପୀଡ଼ିତା

ସଖାଳୁ ଉଠି ଟିଭି ଖୋଲୁଖୋଲୁ ବଡବଡ ଅକ୍ଷର ରେ ବ୍ରେକିଙ୍ଗ ନିଉଜ ପଢୁଥିଲା ସ୍ମିତା  | ରାଜନୈତିକ ବନ୍ଦ ପାଳନ ପାଇଁ ସୁରକ୍ଷା ଦୃଷ୍ଟି ରୁ ସବୁ ସ୍କୁଲ କଲେଜ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | କୁନ୍ଦୁଲୀ ପୀଡ଼ିତା ର ଦୋଷୀ ମାନଙ୍କୁ ଉଚିତ ଦଣ୍ଡ ଦେବା ପ୍ରତିବାଦ ରେ ଏଇ ବନ୍ଦ ଆହ୍ଵାନ କରିଥିଲା ରାଜ୍ୟ ର ବିରୋଧୀ ରାଜନୈତିକ ଦଳ  | ଓଃ …କଣ କରିବ ସେ ? ଗାଡି ମଟର , ଟ୍ରେନ , ଦୋକାନ ବଜାର ସବୁ ବନ୍ଦ | କାଲି ତା ଝିଅ ରିମା , ତା ସାଙ୍ଗ ସୀମା ସହିତ କୋଣାର୍କ ବୁଲି ଯାଇଛି | ଆଜି ଫେରିଥାନ୍ତେ | ସବୁ ବନ୍ଦ ହେଲେ ଫେରିବେ କେମିତି ? ଭାବିଲା ଫୋନ ଲଗେଇ କଥା ହେଇଯିବ ରିମା ସହିତ | ଟିଭି ପାଖରେ ଥିବା ତା ଫୋନ କୁ ଆଣି ରିମା କୁ ଡାଏଲ କଲା | ଫୋନ ରିଙ୍ଗ ହେଉଥିଲା | କିନ୍ତୁ ରିମା ଫୋନ ଉଠାଉ ନଥିଲା | ବ୍ୟସ୍ତ ହେଇପଡିଲା ସ୍ମିତା  | ତିନି ଚାରିଥର ରିମା କୁ ଫୋନ ଡାଏଲ କରି ଅସଫଳ ହେଲା ପରେ ପୁଣି ରିମା ର ସାଙ୍ଗ ସୀମା କୁ ଫୋନ କରିଲା |

ସୀମା ଫୋନ ଉଠେଇଲା , “ମାଉସୀ ନମସ୍କାର ! କୁହନ୍ତୁ  |”

ସ୍ମିତା ବ୍ୟସ୍ତ ହେଇ କହୁଥିଲା “ଆରେ  ସୀମା , ରିମା କୌଠି ଅଛି କି ? ଫୋନ ଉଠଉନି  ?”

“କିଛି ବ୍ୟସ୍ତ ହୁଅନ୍ତୁ ନାହିଁ  ମାଉସୀ , ସିଏ ଟିକେ ବାହାରକୁ ଯାଇଛି , ଆଜି ଓଡିଶା ବନ୍ଦ ତ ? ସେଥିପାଇଁ ଫେରି ହବନି , ସିଏ ଆସୁ ମୁଁ ତାକୁ କହିବି ଆପଣଙ୍କୁ କଥା ହେଇଯିବ | ମୁଁ ଟିକେ ବ୍ୟସ୍ତ ଅଛି ପରେ କଥା ହେବି | ରହୁଛି |”

“ହଉ |”

ଏତିକି କହି ଫୋନ କାଟିଦେଲା ସ୍ମିତା | କିନ୍ତୁ ମନଟା ଗୁଡେଇ ତୁଡେଇ ହେଉଥାଏ | whats app ଖୋଲି ମ୍ୟାସେଜ କରିବାକୁ ଭାବିଲା | whats app ଖୋଲୁଖୋଲୁ ମେଞ୍ଚେ ମ୍ୟାସେଜ | ତା’ର  ଗୋଟିଏ ସାହିତ୍ୟ ପ୍ରେମୀ ଙ୍କ ଗ୍ରୁପ ଥାଏ | ସେଇଥିରୁ ହିଁ ଅଧିକାଂଶ ମ୍ୟାସେଜ ଆସେ | ପ୍ରଥମେ ରିମା କୁ ଶୀଘ୍ର କଲ୍ କରିବାକୁ ମ୍ୟାସେଜ କରି ଦେଲା | ତା ପରେ ଗ୍ରୁପ ରୁ ଆସିଥିବା ମ୍ୟାସେଜ ଉପରେ ଆଖିପକେଇଲା |

“କୁମାରିତ୍ଵ ପରୀକ୍ଷା କରିଥିବା ଡାକ୍ତର ମାନଙ୍କର ,ଲାଇ detection ଟେଷ୍ଟ କରା ହେବା ର ପ୍ରକୃତ ସମୟ ବୋଧେ ଏବେ |”

“ଆମେ କଣ ପ୍ରକୃତରେ ସଚେତନ ? କାହିଁ ସେତେବେଳେ ତ ଆମର ଏ ଆଲୋଚନା କିଛି ଆରମ୍ଭ ହେଉନଥିଲା | ଯେତେବେଳେ ସେ ପୀଡ଼ିତା ଟି ଏକା ଏକା ସଂଘର୍ଷ କରିଚାଲିଥିଲା |”

“ପ୍ରକୃତରେ କୌଠି ସେ କୁନ୍ଦୁଲୀ ? କୌ ଜିଲ୍ଲା ରେ , ଆମେ ଜାଣିଛନ୍ତି ?”

“ସେ ପୀଡ଼ିତା ଟି ର ପ୍ରକୃତ ନାଁ କଣ ?”

“ତା ର ପରିବାର ରେ କିଏ କିଏ ଅଛନ୍ତି ?”

ଆଉ ଆଜି ଯଉଁମାନେ ବନ୍ଦ କରୁଛନ୍ତି ସେମାନେ କଣ…?”
“ସେମାନଙ୍କ ପରିବାରରେ କମସେ କମ୍ ଥରେ ଏଭଳି ପରିସ୍ଥିତି ପଡ଼ିବା ଦରକାର ।”
ଲେଖକମାନେ ସେମାନଙ୍କ ସାମାଜିକ କର୍ତ୍ତବ୍ୟ ସଂପର୍କରେ ସଚେତନ ହେବା ଉଚିତ ।”
ଏମିତି କେତେ କଣ ……………….
ସବୁ କୁ ଦେଖୁ ଦେଖୁ ସ୍ମିତା ର ମୁଣ୍ଡ ଭାରି ଭାରି ହେଇ ଆସୁଥିଲା | କେମିତି ସେ ଏକୁଟିଆ ରିମା କୁ ପାଳି ଆସିଛି ସବୁ ମନେ ପଡି ଯାଉଥିଲା | ରୂପେଶ ଙ୍କ ଅଚାନକ ଦେହାନ୍ତ ପରେ କେତେ କଷ୍ଟ କରି ଝିଅ କୁ ମଣିଷ କରିଛି | ତାକୁ ଆତ୍ମ ରକ୍ଷା ର କୌଶଳ ଶିକ୍ଷା ଦେଇଛି | ସମାଜ ରେ ଯେତେ ଅଡୁଆ ପରିସ୍ଥିତି ରେ ପଡିଲେ ବି ନିଜ ଆତ୍ମବଳ କୁ କେବେ ବି କମିଯିବାକୁ ଦେଇନି | ଆଉ ତା ଝିଅ କୁ ବି ସେୟା   ଶିଖେଇଛି | କିନ୍ତୁ ତଥାପି କାହିଁକି ଏ ଭାବନା ? କାହିଁକି ଗୋଟେ ଅସୁରକ୍ଷା ର ଭାବ ? ଆଜି ସମମାଜରେ ଏତେ ଆବିଳତା କାହିଁକି ? ସବୁବେଳେ ଝିଅ ଟିଏ ଅସୁରକ୍ଷିତ ମଣୁଛି କଣ ପାଇଁ ?
କାରଣ ଆଜି ପ୍ରତି ପୁଅ କିମ୍ବା ଝିଅ ମାନଙ୍କ ମା ବାପା ମାନେ ତାଙ୍କୁ ନୈତିକ ଶିକ୍ଷା ଦେଉ ନାହାନ୍ତି | ବ୍ରହ୍ମଚର୍ଯ୍ୟ ର ଲାଭ , ପ୍ରତ୍ୟେକ ଆଶ୍ରମ … ଯଥା , ବ୍ରହ୍ମଚର୍ଯ୍ୟ, ଗ୍ରାହ୍ୟସ୍ଥ୍ୟ, ବାନପ୍ରସ୍ଥ   ଇତ୍ୟାଦି ର ସୁନ୍ଦର ଅନୁକରଣ କରିବା କୁ ପ୍ରେରଣା ଦେଉ ନାହାନ୍ତି | କାହିଁକି ନା ସମୟ ର ଅଭାବ |
ଆମେ ନିଜେ ସିନା ରାସ୍ତା ରେ ନିୟମ ମାନି ଚାଲିବା , କିନ୍ତୁ ଅନ୍ୟ ମାନେ ଯଦି ନ ମାନିଲେ …… ଆମେ ମଧ୍ୟ ଆକ୍ସିଡେଣ୍ଟ ର ସମ୍ମୁଖୀନ ହେବା | କାରଣ ସେମାନେ ରାସ୍ତାରେ ନିୟମ ଣ ମାନି ଗାଡି ଚଲାଉଥିଲେ | ତେଣୁ ଆମ କର୍ତବ୍ୟ ଆମେ ସମାଜ ରେ ନିଜେ ନିୟମ ମାନିବା ସହ ଅନ୍ୟ ମାନଙ୍କୁ ଯେତେଦୂର ସମ୍ଭବ ବୁଝେଇବା | ସମସ୍ତେ ପରସ୍ପରକୁ ଭଲ କଥା ବୁଝେଇଲେ , ଅବୁଝା ଲୋକ ଙ୍କ ସଂଖ୍ୟା ଧୀରେ ଧୀରେ କମି ଆସିବ |
ଏମିତି ଭାବିଲା ଭିତରେ ଫୋନ ବାଜିଉଠିଲା
ଆର ପାଖରୁ ରିମା କହୁଥିଲା …..
“ମା ….ସରି , ମୁଁ ଫୋନ ଉଠେଇ  ପାରି ନଥିଲି | କିଛି ଚିନ୍ତା କରନି …. ତୋ ଝିଅ ଠିକ ଅଛି | ମୁଁ ସମାଜ ରେ କେମିତି ଚାଲିବା ଜାଣି ଗଲିଣି |ତୋ ଭଳିଆ ମା ଯାହାର ଥିବ , ସେ ଝିଅ କୌଠି କେବେ ହାରିବନି | ଶୀଘ୍ର ପହଞ୍ଚିବୀ….ସବୁ କଥା ହେବି….ରହୁଛି | ବାଏ  ମା !”

 

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s